Odishara banya samasya o taharo pratikara essay in Odia | Floods in Odisha and its remedy essay in Odia - Information That We Want

Tuesday, 20 July 2021

Odishara banya samasya o taharo pratikara essay in Odia | Floods in Odisha and its remedy essay in Odia

Odishara banya samasya Essay in Odia | Flood in Odisha Essay in Odia | pratikara essay in Odia | Floods in Odisha essay in Odia | Floods in Odisha and its remedy essay in Odia | ଓଡିଶାର ବନ୍ୟା ସମସ୍ୟା ଓ ତାହାର ପ୍ରତିକାର ରଚନା | Odishara banya samasya o tahara nirakarana rachana in Odia | Odishara banya samasya o tahara pratikara rachana in Odia | ଓଡିଶାର ବନ୍ୟା ସମସ୍ୟା ଓ ତାହାର ନିରାକରଣ ରଚନା


Odishara banya samashya o taharo pratikara in Odia /
Floods in Odisha and its remedy essay in Odia


Sita rutu rachana in odia


Give your Important Feedback by Commenting below 

Thanks for Visit 



ଉପକ୍ରମ

                          ଓଡିଶା ହେଉଛି ଏକ ଉପକୂଳବର୍ତ୍ତୀ ରାଜ୍ୟ । ନିସର୍ଗ ସୁଷମାର ଗନ୍ତାଘର ଆମର ଓଡିଶା ରାଜ୍ୟ, ବିଧାତାର ଇଙ୍ଗିତରେ ସତେଯେପରି ମାନବୀୟ ସୁଖଦୁଃଖ, ଘାତପ୍ରତିଘାତ, ଯାତନା ଯନ୍ତ୍ରଣା, ଉତଥାନପତନକୁ ଅଙ୍ଗୀରେ କରି ନେଇଛି । ଚିତ୍ରପୁରୀ ଓଡିଶାର ନାନ୍ଦନିକ ପ୍ରକୃତି ସରଳ ଉଦାସ ଓଡିଶାବାସୀଙ୍କୁ କେତେବେଳେ ଆହ୍ଲାଦିତ କରୁଛି ଓ କେତେବେଳେ ପୁଣି ତାର ପ୍ରଳୟଙ୍କରୀ କରାଳ ତାଣ୍ଡବରେ ପ୍ରତି ଅନ୍ତରରେ ଭୀତି ସଞ୍ଚାର କରୁଛି । ବନ୍ୟା, ବାତ୍ୟା, ଦୁର୍ଭିକ୍ଷ, ମରୁଡି ଆଦି ଦୈବୀପାକ କବଳରେ କବଳିତ । ତେଣୁ ପ୍ରାକୃତିକ ସୁଷମା ଓ ଅମୂଲ୍ୟ ଖଣିଜ ସମ୍ପଦ ପରିପୂର୍ଣ୍ଣ ଥାଇ ମଧ୍ୟ ସୁଜଳା, ସୁଫଳା, ଶସ୍ୟଶ୍ୟାମଳା ଋତୁଗର୍ତ୍ତା ଉତ୍କଳ ଭୂଇଁ ସବୁବେଳେ ଦରିଦ୍ରର କଷାଘାତରେ ମ୍ରିୟମାଣ । ବନ୍ୟା ବିପତ୍ତି ବର୍ଷକୁ ବର୍ଷ ଲାଗି ରହି ଓଡିଶାର ଆଶୁ ଉନ୍ନତି ପଥରେ ଅନ୍ତରାୟ ସୃଷ୍ଟି କରିଛି ।


ବନ୍ୟାର କାରଣ
                          ଓଡିଶାର ଅନେକ ପ୍ରଧାନ ନଦୀ, ସେଗୁଡିକର ଉପନଦୀ ଓ ଶାଖାନଦୀ ପ୍ରବାହିତ ହେଉଛନ୍ତି । ଘଞ୍ଚ ଅରଣ୍ୟାନୀ ମଧ୍ୟରୁ, ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ଋଷିକଲ୍ୟା ଓ ବଂଶଧରା ଆଦି ନଦୀଗୁଡିକ ନିର୍ଗତ ହୋଇ ସେମାନଙ୍କର ପ୍ରବାହମାନ ଜଳଧାରାରେ ଉତ୍କଳର ସମତଳ ଅଞ୍ଚଳକୁ ସୁଜଳା, ସୁଫଳା, ଶସ୍ୟଶ୍ୟାମଳା କରି ସବୁଜଶ୍ରୀରେ ମଣ୍ଡିତ କରିଛନ୍ତି । ଦିନଥିଲା ଏହାର ବିସ୍ତିର୍ଣ୍ଣ ବକ୍ଷରେ ପ୍ରାଚୀନ ବଣିକ ତାର ବାଣିଜ୍ୟତରୀ ଭସାଇ ସୁଦୁର ବିଦେଶକୁ ବାଣିଜ୍ୟ ଯାତ୍ରା କରୁଥିଲେ, ସୁତରାଂ ଉତ୍କଳର ପୂର୍ଣ୍ଣ ଗର୍ଭା ନଦୀଗୁଡିକ ଏହାର କୃଷି ତଥା ବାଣିଜ୍ୟ ପ୍ରଗତିରେ ସହାୟକ ହେଉଥିଲା ; ମାତ୍ର ସାମ୍ପ୍ରତିକ କାଳରେ ସେହିସବୁ ହିତାକଂକ୍ଷିଣୀ ନଦୀଗୁଡିକ କୂଳପ୍ଲାବନୀ ହୋଇ ଯେପରି ଭାବରେ ବନ୍ୟାର ଦାରୁଣ ବିଭୀଷିକା ସୃଷ୍ଟି କରୁଛନ୍ତି, ତାହା ଉତ୍କଳର ସୁଖ ସମୃଦ୍ଧିକୁ ପ୍ରତିହତ କରିବା ସଙ୍ଗେ ସଙ୍ଗେ ଆଜିର ମୁଖ୍ୟ ସମସ୍ୟା ଓ ବିପତ୍ତିର କାରଣ ହୋଇଛନ୍ତି ।
                          ନିୟମିତ ମୌସୁମୀ ପ୍ରବାହ ତଥା ଦିନଦିନ ଧରି ଉପରମୁଣ୍ଡରେ କ୍ରମାଗତ ବୃଷ୍ଟିପାତ ହେବା ଫଳରେ ବନ୍ୟାର ଆଶଙ୍କା ସୃଷ୍ଟି ହୁଏ । ପୂର୍ଣ୍ଣଗର୍ଭା ନଦୀଗୁଡିକ କୂଳବାସୀଙ୍କୁ ଆତଙ୍କିତ କରନ୍ତି । ପ୍ରଚଣ୍ଡବେଗରେ କ୍ଷିପ୍ର ଜଳଧାର ବନଭୂମି ଅତିକ୍ରମ କରି ନିମ୍ନକୁ ପ୍ରବାହିତ ହୁଅନ୍ତି କାଳକ୍ରମେ ପ୍ରଶସ୍ତ ଓ ଗଭୀର ନଦୀ ଶର୍ଯ୍ୟା ବାଲୁକା ରାଶିରେ ପୋତି ହେବାରୁ ଜଳର ଦ୍ରୁତ ନିଷ୍କାସନରେ ବାଧା ସୃଷ୍ଟିହୁଏ । ବାରମ୍ଵାର ପ୍ରଖର ସ୍ରୋତର ଆଘାତରେ ଉଭୟ ପାର୍ଶ୍ଵସ୍ଥ ନଦୀବନ୍ଧ ଗୁଡିକ ମୃତ୍ତିକାକ୍ଷୟ ହେତୁ ଦୁର୍ବଳ ହୋଇପଡନ୍ତି ଏବଂ ପରିଶେଷରେ ନଦୀଜଳ କୂଳଲଙ୍ଘନ କରି ପ୍ରଳୟ ତାଣ୍ଡବ ରଚନା କରେ ।

ବନ୍ୟା ବିଭୀଷିକା
                          ପ୍ରତିବର୍ଷ ଅଗଷ୍ଟ ଓ ସେପ୍ଟେମ୍ଵର ମାସରେ ନଦୀଗୁଡିକ ଜଳପୂର୍ଣ୍ଣ ହୋଇ କୂଳଲଙ୍ଘନ କରନ୍ତି । ବହୁ ବୃଷ୍ଟିପାତ ଫଳରେ ନଦୀଗୁଡିକରେ ପ୍ରବଳ ବନ୍ୟାଜଳ ନିମ୍ନାଭିମୁଖୀ ହୁଏ । ଜଳ ନିଷ୍କାସନ ମନ୍ଥର ହେବାରୁ ନଦୀଜଳ ଉତକୂଳ ହୁଏ । ସୁ ସୁ ଗର୍ଜନ କରି ଜଳରାଶି କୂଳଜୀସୀଙ୍କୁ ଭୀତତ୍ରସ୍ତ କରେ । ନଦୀଜଳରେ ଢେଉ ଉଠି ନଦୀବନ୍ଧରେ ଧକ୍କା ଦେଉଥାଏ । ନଦୀର ସେ କୁଳୁକୁଳୁ ନିନାଦିନୀ ନୀଳ କୋମଳ ଢେଉମାନ ନ ଥାଏ । ସେତେବେଳେ ନଦୀ ହେଉଛି ଏକ ଧୂସର କାୟା ଗର୍ଜନଶୀଳା ରାକ୍ଷସୀ । ନଈ ବଢିଲେ ବନ୍ଧ ଭାଙ୍ଗି ଯେତେବେଳେ ଗାଁ ଗଣ୍ଡା ଭସାଇନିଏ । ସେତେବେଳର ଦୃଶ୍ୟ ଅତି କରୁଣ ହୋଅଉଠେ । ଅମାନିଆ ପ୍ରଖର ସ୍ରୋତରେ କେତେଯେ ଗାଁ ଗଣ୍ଡା, ଘରଦ୍ଵାର, ଜୀବଜନ୍ତୁ, ଆସବାବପତ୍ର ତଥା ଜନଜୀବନ ବିଷନ୍ନ ହୁଏ । ତା’ର କଳନା ନାହିଁ । ନଦୀର ଗର୍ଭରେ କେତେ କାଠିକୁଟା, ଗଛଲତା, ଅଦିଆ-ଆରମା, ଘରର ଆସବାବପତ୍ର ତଥା ଗାଇଗୋରୁ, ମେଣ୍ଢା, ଛେଳି ଆଦି ଗୃହପାଳିତ ପଶୁଙ୍କର ଶବ ଇତସ୍ତତ ଭାସୁଥାଏ । ଜୀବନ ରକ୍ଷା ପାଇବା ପାଇଁ ଲୋକମାନେ ନିଜର ଭିଟାମାଟିର ଆକର୍ଷଣ ତୁଟାଇ ଉଚ୍ଚସ୍ଥାନ, ନଦୀବନ୍ଧ ତଥା ଆଖପାଖ ନିରାପଦ ସ୍ଥାନକୁ ଚାଲିଯାନ୍ତି । ନଦୀର ଭୟଙ୍କର କରେ । ଦିନଦିନ ଧରି ଘରଦ୍ଵାର ଖାଦ୍ୟପାନୀୟ ତ୍ୟାଗକରି ମେଘାଛନ୍ନ ଆକାଶତଳେ ଉଚ୍ଚ ସ୍ଥାନମାନଙ୍କରେ ଆଶ୍ରୟ ହେଉଥିବାବେଳେ ବର୍ଷା ଅସରା ବେଡି ଉପରେ କୋରଡା ମାଡପରି ନିରାଶ୍ରୟ ମାନଙ୍କର ଦୁଃକୁ ବଢାଇଦିଏ । ଥଣ୍ଡା ଲାଗି ଗ୍ରମମ ଶିଶୁଗୁ଼ଡିକ ଆନ୍ତିକ ଜ୍ଵର ଆଦିର ମୃତ୍ୟୁବରଣ କରନ୍ତି । ବନ୍ୟାପରେ ବସୂଚିକାର ଆଗମନ । ବିସୂଚିକା ରୋଗରେ ମଧ୍ୟ ବହୁଲୋକ ପ୍ରାଣ ହରାଇଥାନ୍ତି । କରୁଣ ବିଲାପର ଧ୍ଵନି ମାଙ୍ଗକୁ ଦୁର୍ଗତମାନଙ୍କର ଆତୁର ଚିତ୍କାର ପରିବେଶକୁ ଅଧିକ ଶଙ୍କାକୁଳ କରେ ‌।

Read More



No comments:

Post a Comment