ବର୍ଷା ଋତୁ ରଚନା ( Barsha Rutu Essay in Odia ) Rainy Season essay in odia - Information That We Want

Sunday, 22 November 2020

ବର୍ଷା ଋତୁ ରଚନା ( Barsha Rutu Essay in Odia ) Rainy Season essay in odia


ବର୍ଷା ଋତୁ
( Barsha Rutu Essay in Odia )


barsha rutu rachana in odia

                          ବର୍ଷକ ବାରମାସ ଓ ଛଅଟି ଋତୁ । ସେଥିମଧ୍ୟରୁ ବର୍ଷା ଋତୁ ଅନ୍ୟତମ । ଆଷାଢ ଓ ଶ୍ରାବଣ ଦୁଇମାସକୁ ନେଇ ଏହି ଋତୁର ପ୍ରାଧାନ୍ୟ ବିସ୍ତାରିତ ହୁଏ । ପ୍ରଚଣ୍ଡ ରୌଦ୍ରତାପକ୍ଲିଷ୍ଟ ଧରାବକ୍ଷରେ ଯେତେବେଳେ ରିମ୍ ଝିମ୍ ସଙ୍ଗୀତ ଗାନ କରି ପ୍ରାବୃଟ୍ ଅବତରଣ କରେ । ସେତେବେଳେ ଧରା ଆନନ୍ଦରେ ନାଚି ଉଠେ । ଅଂଶୁଘାତର ଭୟ ମନରୁ ଦୂରେଇଯାଏ । ଲୋକେ ଶାନ୍ତିରେ ନିଃଶ୍ଵାସ ମାରନ୍ତି । ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଆରମ୍ଭ ହୋଇ ଓଡିଶାରେ ପ୍ରଚୁର ପରିମାଣରେ ବୃଷ୍ଟି ହୁଏ ‌। ଆକାଶ ମେଘାଛନ୍ନ ରହେ । ରାତ୍ରିର ଅନ୍ଧକାରରେ ଅସଂଖ୍ୟ ଜୁଳୁ ଜୁଳିଆ ପୋକ ସେମାନଙ୍କର ଜ୍ୟୋତି ଦେଖାଇ ହୁଅନ୍ତି । ରକ୍ଷ ଧରାବକ୍ଷ ସବୁଜୀମାରେ ଭରିଯାଏ । ଘାସ ପଡିଆରେ ନାଲି ଗୁଲୁଗୁଲୁ ଦୋଲନ୍ତି ।

                                  “ମେଘ ବରଷିଲା                  ଟୁପୁର ଟୁପୁର
                                                କେଶୁର ମାଇଲା ଗଜା”
                                    କେଉଁ ରାଇଜରେ           ରହିଲେ ମୋ ରଜା
                                                  ତେଲିଙ୍ଗି ବାଇଦ ବଜା ।”
ବର୍ଷା କାଳୀନ ଆକାଶ
                          ବର୍ଷା କାଳୀନ ଆକାଶ ଅତ୍ୟନ୍ତ ମନୋମୁଗ୍ଧ କରେ । ବିସ୍ତୃତ ମେଘ ଆନ୍ତରଣ ଉହାଡରେ ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ଆକାଶରେ ଏକ ମନୋରମ ମେଘାଲୋକ ସୃଷ୍ଟି କରିଥାଏ । ବର୍ଷା ଆଗମନରେ ଆକାଶ ଘନକୃଷ୍ଣ ବାଦଲରେ ଆଚ୍ଛାଦିତ ହୁଏ । ସେହି କୃଷ୍ଣ ଘନ ବନ୍ଧରେ ବିଦ୍ୟୁଲତା / ଚପଳା ଚକ୍ ଚକ୍ କରିଉଠେ । ମେଘର ମେଘର ମନ୍ଦଧ୍ଵନି ସହ ବଦ୍ରର ଘଡି ଘଡି ଶବ୍ଦରେ ତ୍ରିଭୂବନ କମ୍ପି ଉଠେ । ମେଘ ଉଢାଳରେ ସୂର୍ଯ୍ୟଦେବ ଉଙ୍କି ମାରନ୍ତି ‌। ଜଳକଣା ପୂର୍ଣ୍ଣ ଧୂସର ଆକାଶରେ ସୂର୍ଯ୍ୟାଲୋକ ପ୍ରତିଫଳିତ ହୋଇ ଇନ୍ଦଧନୁ ପଡେ । ଇନ୍ଦଧନୁର ସାତଟି ରଙ୍ଗ ଆକାଶର ସୌନ୍ଦର୍ଯ୍ୟକୁ ଶତ ଗୁଣରେ ବର୍ନ୍ଧିତ କରିଥାଏ । ଘନ ବାଦଲ ବକ୍ଷରେ ବକପଂକ୍ତିର ଉଡତୀୟମାନ ଦୃଶ୍ୟ ଦର୍ଶକ, କବି ଓ ଭାବୁକ ପ୍ରାଣରେ ଅପୂର୍ବ ଆହ୍ଲାଦ ସୃଷ୍ଟି କରେ । ଆକାଶରେ ଚନ୍ଦ୍ରମା ପ୍ରାୟ ଦୃଷ୍ଟିଗୋଚର ହୁଅନ୍ତି ନାହିଁ । ତାରାପତିଙ୍କର ଏତାଦୃଶ ବିଷଣ୍ଣତା ଅବଲୋକନ କରି ତାରାମାନେ ମଧ୍ୟ ଆଲୋକ ବିକିରଣରୁ କ୍ଷାନ୍ତ ହୁଅନ୍ତି । ସେହି ସୁଯୋଗରେ ଜ୍ୟୋତିରିଙ୍ଗଣମାନେ ସ୍ଵକୀୟ ନିଷ୍ପ୍ରଭଜ୍ୟୋତି ଦେଖାଇବାରେ ବ୍ୟଗ୍ର ହୁଅନ୍ତି । କବିବର ରାଧାନାଥଙ୍କ ଭାଷାରେ –

                                  “ଉଭେଇଗଲେ ନଭୁଁ ଜ୍ୟୋତିଷ୍କଗଣେ “
                                    ଜ୍ୟୋତି ଦେଖାଇ ହେଲେ ଜ୍ୟୋତିରିଙ୍ଗଣେ”


ବର୍ଷା କାଳରେ ପଲ୍ଲୀର ଦୃଶ୍ୟ
                          ବର୍ଷାକାଳରେ ପଲ୍ଲୀର ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ । ପଲ୍ଲୀ ସନ୍ନିକଟ ପର୍ବତ ଦୃଶ୍ୟ ଅତିବ ମନୋରମ । ଶ୍ୟାମଶୈଳର ନୀଳ ବିଗ୍ରହରେ ଧବଳ ଅଭ୍ରଖଣ଼୍ଡ ପଲ୍ଲୀର ସୌନ୍ଦଯ୍ୟକୁ ବର୍ନ୍ଧନ କରିଥାଏ । ରାଧାନାଥଙ୍କର ରଚନାରେ ତା’ର ଭବ୍ୟଚିତ୍ର ଦେଖିବାକୁ ମିଳେ । “ଠାବେ ଠାବେ ଶଇଳ ନୀଳ ବିଗ୍ରହେ ଧବଳ ଅଭ୍ରଖଣ୍ଡ କିଶୋଭା ବହେ ।” ପଲ୍ଲୀର ଶୁଷ୍କ – ନାରସ ଧୂସର ବକ୍ଷ ଉପରେ ନୂତନ ସବୁଜିମାର ଏକ ପ୍ରଲେପ ପଡିଯାଏ । ନିଷ୍ପ୍ରାଣ ବନାନୀର ନୂତନ ପ୍ରାଣ ମଞ୍ଚାର ହୁଏ । ଦିଗବଳୟ ବ୍ୟପୀ ସବୁଜ ଶସ୍ୟକ୍ଷେତ୍ର ପଲ୍ଲୀର ସୌନ୍ଦର୍ଯ୍ୟକୁ ଶତଗୁଣରେ ବର୍ଦ୍ଧନ କରିଥାଏ । ସେହି ଦିଗନ୍ତ ବିସ୍ତାରିତ ଦୃଶ୍ୟବଲୀରେ ମାଟିର ସନ୍ତାନ କୃଷକ ଆତ୍ମବିସ୍କୃତ ହୁଏ ।ଆବାରିତ ବାରି ଧାରାକୁ ସେ ଭ୍ରୁକ୍ଷେପ ନ କରି କର୍ମତତ୍ପର ହୁଏ । ପଲ୍ଲୀଲଳମା ପୁଷ୍କରିଣୀ ଓ ନଦୀଘାଟରୁ ଚଳଚଞ୍ଚଳ ପାଦରେ କାଖରେ କଳସୀ ଧରି ପ୍ରତ୍ୟାବର୍ତ୍ତନ କରେ । ଚଲାପଥ କର୍ଦ୍ଦମାନ୍ତ ହୁଏ । ସେହି କର୍ଦ୍ଦମାନ୍ତ ରାସ୍ତାରେ ପଲ୍ଲୀ କ୍ରୀଡାରୀତ ଥିବା ସମୟରେ କିମ୍ବା ଗମନାଗମନ କରୁଥିବା ବେଲେ ନିର୍ଘାତ କଚଡା ଖାଆନ୍ତି । ନିଦାଘ ପ୍ରପିଡୀତା କ୍ଷୀଣାଙ୍ଗୀ ସ୍ରୋତସ୍ଵନୀ ବାରି-ପ୍ରବାହରେ ଉତଫୁଲ୍ଲିତ ହୁଏ, ସୁତରାଂ କୁଳୁକୁଳୁ ନାଦରେ ସଙ୍ଗୀତ ଗାନ କରେ । ଗ୍ରାମ୍ୟ ପୁଷ୍କରିଣୀ, ତାଡାଗ କୂପ ନିସ୍ତବ୍ଧତାକୁ ଭଙ୍ଗ କରନ୍ତି । କୋକଦମ୍ପତି ନଦୀ, ପୁଷ୍କରିଣୀ ପରିତ୍ୟାଗ କରିନ୍ତି । ବିକଟ ଧ୍ଵନିରେ ପଲ୍ଲୀ ଶବ୍ଦାୟିତ ହୁଏ । ଶ୍ୟାମ ଦୂର୍ବାଦଳ ଉପରେ ସାଧବବହୁର ମନ୍ଥର ଗତି ଅତ୍ୟନ୍ତ ପୀତିପଦ । ସତେଯେପରି ସବୁଜ ଗାଲିଚା ଉପରେ ମର୍କତମଣି ଖଚିତ ହୋଇଛି । ପଲ୍ଲୀର ଶିଶୁମାନେ ଗାଁ ଦାଣ୍ତରେ ପ୍ରବାହିତ ହେଉଥିବା ଜଳାଧାରରେ କାଗଜ ଡଙ୍ଗା ଭସାଇ ଆନନ୍ଦରେ ତାଳି ମାରୁଥାନ୍ତି । ବର୍ଷା ହେଉଥିବା ସମୟରେ ଚାଳରୁ ଟପଟପ ପାଣି ପଡେ ‌। ଓଳି ତଳେ ତାହା କ୍ଷୁଦ୍ରକ୍ଷୁଦ୍ର ପାଣି ଫୋଟକା ସୃଷ୍ଟି କରେ । ମୂହୂର୍ତ୍ତକ ମଧ୍ୟରେ ପାଣି ଫୋଟକା ଗୁଡିକ ଫାଟିଯାଇ ଜୀବନର କ୍ଷଣଭଙ୍ଗୁରତା ସର୍ମ୍ପକରେ ସୂଚନା ଦିଅନ୍ତି ।

Read More



Give your Important Feedback by Commenting below 

Thanks for Visit 



No comments:

Post a comment