ଗ୍ରୀଷ୍ମ ଋତୁ ରଚନା (Grishma Ritu Essay in Odia) Summer Season essay in odia - Information That We Want

Sunday, 9 August 2020

ଗ୍ରୀଷ୍ମ ଋତୁ ରଚନା (Grishma Ritu Essay in Odia) Summer Season essay in odia


ଗ୍ରୀଷ୍ମ ଋତୁ
(Grishma Rutu Essay in Odia)



                          ପୃଥିବୀପୃଷ୍ଠରେ ସାମ୍ଵତ୍ସରିକ ଋତୁଚକ୍ର ପରିକ୍ରମଣ କେଉଁ ଅନସ୍ତକାଳରେ ପ୍ରକ୍ରିୟା । ସମୟକ୍ରମେ ଅବନୀରାଣୀର ମଞୁଳ ମଞ୍ଚରୁ ଋତୁରାଜ ବସନ୍ତର କାନ୍ତ କମନୀୟ ଛବିଳ ଦୃଶ୍ୟରାଜି ଅନ୍ତର୍ହିତ ହୁଏ । ଋତୁଚକ୍ରର ଆବର୍ତ୍ତନରେ ପ୍ରଚଣ୍ଡ ଝାଞ୍ଜି ପବନ ନେଇ ଧାରାମଣ୍ତଳ କରେ ଗ୍ରୀଷ୍ମଋତୁ । ଚାରୁ ହାସ୍ୟମୟୀ ବାସନ୍ତୀ ଉଷା ସତେଯେପରି ରୁକ୍ଷ, କର୍କଶ, ଦୁର୍ଦ୍ଧମନୀୟ ନିଦାଘ ଆଗମନରେ ସନ୍ତାପିତ ହେବା ପୂର୍ବରୁ ଧରାବକ୍ଷରୁ ଅପସରିଯାଏ । ବୈଶାଖ ଓ ଜ୍ୟେଷ୍ଠ ଏହି ଦୁଇମାସ ଗ୍ରୀଷ୍ମ ଋତୁର ପରିସରରେ ରହିଥିଲେ ମଧ୍ୟ ଚୈତ୍ରରୁ ଜ୍ୟେଷ୍ଠ ଏହି ଦୁଇମାସ ଗ୍ରୀଷ୍ମଋତୁର ପରିସରରେ ରହିଥିଲେ ମଧ୍ୟ ଚୈତ୍ରରୁ ଜ୍ୟେଷ୍ଠମାସ ଶେଷ ହୋଇଥାଏ । ଗ୍ରୀଷ୍ମ ଋତୁର ପ୍ରଭାବ ଅନୁଭାବ ହୁଏ । ସେଥିପାଇଁ ଭକ୍ତ କବି ମଧୁ ସୁଦନ ରାଓ କହିଛନ୍ତି : -

                                  “ଗ୍ରୀଷ୍ମ ବୈଶାଖ ଜ୍ୟେଷ୍ଠ ମାସ
                                    ପ୍ରଚଣ୍ଡରୁନ୍ଦ୍ର ପରକାଶ ।”

                          ବୈଶାଖର ରୌଦ୍ରତାପ ଜନମାନସରେ କ୍ଳାନ୍ତି ସୃଷ୍ଟି କରେ ‌। ଆସକୁଞ୍ଜରୁ କୋକିଳର ପଞ୍ଚମତାଳ ପରିବର୍ତ୍ତେ ଝିଙ୍କାରିର ଅବାରିତ ଝିଂ ଝିଂ ବିକଟ ସ୍ଵନ, ପ୍ରଚଣ୍ଡ ଗ୍ରୀଷ୍ମର ଧୂସର ପରିବେଶକୁ ବିରାଗ ଶୂନ୍ୟତାରେ ପୂର୍ଣ୍ଣ କରେ ।

ଗ୍ରୀଷ୍ମଋତୁର ପ୍ରକୃତି
                         ବୈଶାଖ- ଜ୍ୟେଷ୍ଠର ଦାରୁଣ ଗ୍ରୀଷ୍ମ ପ୍ରଭାବରେ ଧରାପୃଷ୍ଠରେ ଉତ୍ତପ୍ତ ବାୟୁ ଅନୁଭବ ହୁଏ । ତେଜୋଦୀପ୍ତ ମଧ୍ୟାହ୍ନ ସୂର୍ଯ୍ୟଙ୍କର କିରଣ ଜାଳରେ ପ୍ରାଣୀ ଜଗତ ଅବସନ୍ନ ହୁଅନ୍ତି । ନଦୀ, ନିର୍ଝର, ପୁଷ୍କରିଣୀ ଜଳ ଶୂନ୍ୟ ହୁଏ । ବନପ୍ରାନ୍ତରେ ସବୁଜଶ୍ରୀ ପ୍ରତାପୀ ଗ୍ରୀଷ୍ମ ପ୍ରଭାବରେ ହତଶ୍ରୀ ହୁଏ । ଗ୍ରୀଷ୍ମକାଳରେ ଦିବାଭାଗ ଅପେକ୍ଷାକୃତ ଦୀର୍ଘହୁଏ । ତାପମାତ୍ରାର ଆଧିକ୍ୟ ହେତୁ ମଧ୍ୟାହ୍ନ କାଳରେ ଦୁରରୁ ମରୀଚିକାର ଭ୍ରମ ଜାତ ହୁଏ । ଓଦା ଗାମୁଛା, ଛତା ଓ ଚପଲ ବ୍ୟବହାର ଅପରିହାର୍ଯ୍ୟ ହୋଇପଡେ । ବନଭୂମିରେ ବନାଗ୍ନି ଜାତ ହୋଇ ବହୁ ମୂଲ୍ୟବାନ ବନସମ୍ପଦ ନଷ୍ଟ କରିବା ସଙ୍ଗେ ସଙ୍ଗେ ବନଚର ପ୍ରାଣୀମାନଙ୍କର ଅପ୍ରମିତ ଦୁଃଖର କାରଣ ହୁଏ । ବେଳେ ବେଳେ ଆକଷ୍ମିକ ଝଡବର୍ଷା ସାଙ୍ଗକୁ କରକାପତ, ଘୁଣ୍ଣିଝଡ ଗ୍ରୀଷ୍ମ କାଳରେ ନାନା ଦୁର୍ଘଟଣା ସଂଘଟିତ କରେ । ଗ୍ରୀଷ୍ମର ଅସହ୍ୟ ଜ୍ଵାଳା ଯନ୍ତ୍ରଣା ସାଙ୍ଗକୁ ଗୃହଦାହ କରି ଆକଷ୍ମିକ ବିପତ୍ତି ମଧ୍ୟ ଏସମୟରେ ମନୁଷ୍ୟକୁ ଦାଣ୍ଡର ଭିକାରି କରିଦିଏ ।

                          ସର୍ବତ୍ର ଜଳାଭାବ ପରିଲିଖିତ ହୁଏ । ପ୍ରାଣୀ ସମାଜ ତୃଷାରେ ଆତୁର ହୁଅନ୍ତି । ଶରୀରରୁ ଶ୍ରମବିନା ଘର୍ମ ନିର୍ଗତ ହୁଏ । ଦିବସର ତାପମାତ୍ରା ଖୁବ୍ ବେଶି ବଢିଯିବାରୁ ଝାଞ୍ଜି ବାୟୁ ପ୍ରବାହ ଜନଜୀବନକୁ ଦୁର୍ବିଷହ କରେ । ଦିବସର ଦ୍ଵିପ୍ରହର ବେଳରେ ରାସ୍ତାଘାଟ ନିର୍ଜନ ହୋଇଯାଏ । କେହି କେହି ପଥଶାନ୍ତ ପଥିକ ଅଥବା ପଦାରେ ବିତରଣ କରୁଥିବା ଗୃହ ପାଳିତ ପଶୁ ଝଙ୍କାଳିଆ ବୃକ୍ଷର ଛାୟାରେ ଆଶ୍ରୟ ଲୋଡନ୍ତି । ଶରୀରକ ଆବୃତ କରୁଥିବା ପୋଷାକ ପରିଚ୍ଛେଦଗୁଡିକ ମନରେ ବ୍ୟସ୍ତତା ସୃଷ୍ଟିକରେ । ସୁଶୀତଳ ପାନୀୟ, ସୁମଧୁର ପଇଡ ତଥା ଚନ୍ଦନ ପ୍ରଲେପନ ଆତ୍ମାକୁ ଆହ୍ଳାଦିତ କରି ପ୍ରସନ୍ନତା ଭରିଦିଏ । ବନ ଉପବନରେ ପ୍ରସ୍ଫୁଟିତ ମଲ୍ଲୀ, ଚମ୍ପା ଓ ବଉଳ ପ୍ରଭୃତି ଫୁଲର ମହକ ବାସ୍ତବରେ ନୀରସ ପ୍ରାଣକୁ ଆମୋଦିତ କରେ । ବାସ୍ତବିକ ସ୍ନାନ, ପାନୀୟ, ଚନ୍ଦନ, ସୁଶୀତଲ ଶଯ୍ୟା ଓ ଆର୍ଦ୍ରବସ୍ତ ଏ କାଳରେ ପ୍ରାଣର ଦହନକୁ ଉପଶମ କରେ ‌।

Read More







No comments:

Post a comment