Jamaka Alankar Odia - Information That We Want

Sunday, 27 August 2017

Jamaka Alankar Odia

ଯମକ
(Jamaka Alankara)

                                 ଭିନ୍ନ ଅର୍ଥବୋଧକ ଶବ୍ଦମାନଙ୍କର ଏକାଧିକବାର ବ୍ୟବହାରକୁ ଯମକାଳଙ୍କାର କୁହାଯାଏ । ଯମକରେ (ଇ,ଈ), (ଉ, ଊ), (ଜ,ଯ), (ର,ଳ), ଓ (ଶ, ଷ, ସ) ପ୍ରଭୃତିର ଭେଦ ଧରାଯାଏ ନାହିଁ । ବ୍ୟବହାର ଓ ସ୍ଥାନ ଭେଦରେ ଏହା ଅନେକ ପ୍ରକାରର ।
           ଉଦାହରଣ – ବରଜୀବ ରସେ ଦେଇ ମାନସ
                           ବରଜି ବରଷେ ଅମେଧ୍ୟ ଗ୍ରାସ                      (ଜଗତେ କେବଳ – ବଳଦେବ ରଥ)

              ପ୍ରଥମ ପାଦରେ ‘ବରଜୀବ’ (ଶ୍ରେଷ୍ଠପଶୁ) ର ଅର୍ଥ ଗାଈ ; ତାହାର ରସ ବେଲା କ୍ଷୀର । ‘ବର ଜୀବରସ’ର ସାମଗ୍ରିକ ଅର୍ଥ ଗାଈକ୍ଷୀର । ଦ୍ଵିତୀୟପାଦରେ ‘ବରଜି’ ର ଅର୍ଥ ତ୍ୟାଗକରି (ବର୍ଜନକରି) ଏବଂ ‘ବରଷେ’ ଅର୍ଥ ବର୍ଷକଯାଏ । ଅର୍ଥାତ ବର୍ଷକଯାଏ ବର୍ଜନକରି ।

                          ଅହିମକର ତାପନାଶେ ଶୋଭା ସାରସ ଚକ୍ରେ
                          ଅହିମକର ତାପନାଶେ ଶୋଭା ସାରସ ଚକ୍ରେ ।।
         
ଅକ୍ଷର ଦୃଷ୍ଟିରୁ ଦେଖିଲେ ଉଭୟପାଦରେ ଏକା ବର୍ଣ୍ଣମାନ ରହିଅଛି । କିନ୍ତୁ ଅର୍ଥ ଦୃଷ୍ଟିରୁ ଶବ୍ଦମାନଙ୍କର ଭିନ୍ନତା ଜଣାଯାଏ । ଦୁଇ ପଙକ୍ତି ଉଚ୍ଚାରଣରେ ସମାନ ।

              ପ୍ରଥମ ପାଦ – ଅହି – ସାପ, ମକର – କୁମ୍ଭୀର ,
                               ତାପ – ଦୁଃଖ, ସାରସ – ପଦ୍ମ, ଚକ୍ରେ – ସମୂହରେ ।

             ୨ୟ ପାଦ –  ଅହିମକର – ସୂର୍ଯ୍ୟ , ତାପ- ଉଷ୍ମତା , ସାରସ – ହଂସ ,
                              ଚକ୍ରେ – ଚକ୍ରବାକାଦିରେ / ମଣ୍ଡଳୀରେ
ଏହି .ଯମକ ଅଳଙ୍କାର ପ୍ରଧାନତଃ ପାଞ୍ଚ ପ୍ରକାରର, ଯଥା- ଆଦ୍ୟଯମକ, ମଧ୍ୟଯମକ, ପ୍ରାନ୍ତଯମକ, ମାଳଯମକ ଏବଂ ସର୍ବଯମକ । 

ଆଦ୍ୟଯମକ – ପଥରେ ପଥରେ ନାରୀ କରି କଲେ ମୋଦ
                  ଦସବତ୍ସଳ ଦାସରେ ଧୁଆଇଲେ ପାଦ ।                  (ଲାବଣ୍ୟବତୀ)

        ପଥରେ (ବାଟରେ) ପଥରେ (ପଥରକୁ) ରାମଚନ୍ଦ୍ର ଅହଲ୍ୟାରେ ପରିଣତ କଲେ । ଏଠାରେ ‘ପଥରେ’ ପଦ ପାଦର ଆଦ୍ୟରେ ବିଭିନ୍ନ ଅର୍ଥରେ ବ୍ୟବହୃତ ହୋଇଥିବା ଯୋଗୁଁ ଆଦ୍ୟ ଯମକାଳଙ୍କାର ହୋଇଛି ।

ମଧ୍ୟଯମକ - ଦେଖରେ ନଳିନି, ନଳିନୀ ନଳିନୀରେ ପୂରୀତ
               ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରେ ଏ ଶୋଭିତ ।                  (ଲାବଣ୍ୟବତୀ)

        ଏଠାରେ ପ୍ରଥମ ପାଦରେ ନଳିନୀପଦ ୩ ଥର ଏ ୨ ୟ ପାଦରେ ଭ୍ରମର ପଦ ୩ଥର ବ୍ୟବହୃତ ହୋଇଥିଲେ ମଧ୍ୟ ତାହା ୩ଟି ସ୍ଵତନ୍ତ୍ର ଅର୍ଥର ବୋଧକ ହୋଇଥିବାରୁ ଏବଂ ମଧ୍ୟଭାଗରେ ଥିବାରୁ ମଧ୍ୟଯମକାଲଙ୍କାର ହୋଇଛି ।
        ନଳିନି (ପଦ୍ମିନୀ ନାରୀ/ ହେ ପ୍ରିୟେ) ନଳିନୀ (ପୁଷ୍ପରିଣୀ) ନଳିନୀ (ପଦ୍ମ) ଭ୍ରମରେ (ଭ୍ରମରମାନେ) ଭ୍ରମର (ବିହ୍ଵଳ ହୋଇ) ଭ୍ରମରେ (ଭଉଁରୀମାନଙ୍କ ଦ୍ଵାରା) ।
ପ୍ରାନ୍ତ ଯମକ -           ସ୍ନାନ ସମୟେ ମୋ ପୟରେ
                           ଦୟାମୟି ନ ପେଲିବୁ ତାଙ୍କୁ ପୟରେ ।                  (ତପସ୍ଵିନୀ)
        ଏଠାରେ ପ୍ରଥମ ପାଦରେ ବ୍ୟବହୃତ (ପୟରେ) ଜଳ ଅର୍ଥରେ ଏବଂ ଦ୍ଵିତୀୟ ପାଦରେ ବ୍ୟବହୃତ (ପୟରେ) ପାଦ ଅର୍ଥରେ ବ୍ୟବହୃତ । ଏହିପରି ଭାବରେ ବିଭିନ୍ନ ଅର୍ଥରେ ଏକ ଶବ୍ଦ ପଦର ପ୍ରାନ୍ତରେ ବ୍ୟବହୃତ ହୋଇ ପ୍ରାନ୍ତଯମକ ହୋଇଛି ।
ମାଳଯମକ – ବିଭିନ୍ନ ଅର୍ଥରେ ଏକ ଶବ୍ଦ କୌଣସି ଚରଣରେ ଦୁଇରୁ ଅଧିକ ଥର ବ୍ୟବହୃତ ହେଲେ ମାଳଯମକ ହୁଏ ।
ଯଥା -            ବହଇ ନିର୍ଝର ଝର ଝର ଅବିରତ
                    ବିଶେଷ ତରଙ୍ଗ ରଙ୍ଗ ରଙ୍ଗଣୀ ଶୋଭିତ ଯେ            (ବୈଦେହୀଶ ବିଳାସ)

ସର୍ବଯମକ – କୈଣସି ସ୍ତବକର ପ୍ରଥମ ଚରଣରେ ପଦମାନ ଯେପରି ଶୃଙ୍ଖଳାରେ ବ୍ୟବହୃତ, ଦ୍ଵିତୀୟ ଚରଣରେ ଅନୁରୂପ ଶୃଙ୍ଖଳାରେ ବ୍ୟବହୃତ ହେଲେ ସର୍ବଯମକ ବା ମହାଯମକ ହୁଏ । ଯେପରି –
          ଅହିମକର ତାପ ନାଶେ ଶୋଭା ସାରସ ଚକ୍ରେ
          ଅହିମକର ତାପ ନାଶେ ଶୋଭା ସାରସ ଚକ୍ରେ ।            (ଲାବଣ୍ୟବତୀ)

          ପ୍ରଥମ ପାଦରେ ଅହିର ଅର୍ଥ ସାପ, ମକର ¬– ମଗର ମାଛ, ତାପ – କଷ୍ଟ, ସାରସଚକ୍ର – ପଦ୍ମସମୂହ ଅର୍ଥାତ୍ ଏ ପୁଷ୍ପରିଣୀଟି ସାପ ଓ ମଗରମାନଙ୍କର କଷ୍ଟ ନାଶ କରୁଅଛି ଏବଂ ପଦ୍ମସମୂହ ଦ୍ଵାରା ଶୋଭାପାଉଛି । ଅନ୍ୟ ଅର୍ଥରେ ଅହିମକର ଅର୍ଥ ସୂର୍ଯ୍ୟ, ତାପ – ଉତ୍ତାପ, ସାରସଚକ୍ର – ହଂସମଣ୍ଡଳୀ ଅର୍ଥାତ୍ ଏହା ସୂର୍ଯ୍ୟତାପକୁ ନାଶ କରୁଛି ଏବଂ ହଂସମଣ୍ଡଳୀ ଦ୍ଵାରା ଶୋଭିତ ହୋଇଛି । ଏଠାରେ ଦୁଇଟି ଯାକ ପାଦରେ ରୂପଗତ ସମାନତା ଥିଲେ ମଧ୍ୟ ଅର୍ଥରେ ଭିନ୍ନତା ନିହିତ ଏବଂ ପ୍ରାରମ୍ଭରୁ ଅନ୍ତ ପର୍ଯ୍ୟନ୍ତ ସମରୂପ ବିଶିଷ୍ଟ ଶବ୍ଦଗୁଡିକ ବ୍ୟାପକ ଭାବେ ଥିବାରୁ ସର୍ବଯମକାଳଙ୍କାର ହୋଇଛି ।
          ନାମକ ସାର ଯମକ ¬– ଚରଣର ପ୍ରଥମ ପର୍ବରେ ଯେଉଁ ବର୍ଣ୍ଣଗୁଡିକ ଯେପରି ଶୃଙ୍ଖଳାରେ ବନ୍ଦିତ ହୋଇଥିବ, ସେହି ବର୍ଣ୍ଣଗୁଡିକ ସପରି ଶୃଙ୍ଖଳାରେ ଦ୍ଵିତୀୟ ପର୍ବରେ ବ୍ୟବହୃତ ହେଲେ ଏହି ଯମକ ହୁଏ । ଯଥା -
           ନାଗ ପମଣୀ ଗଣ                      ନାଗ ରମଣି ଗଣ –
                      ନା ନୋହି ଦେଇଣ ପୂଜିବେ ।           (ବିଦଗ୍ଧ ଚିନ୍ତାମଣି)

No comments:

Post a comment