Bakrokti Alankar Odia - Information That We Want

Sunday, 27 August 2017

Bakrokti Alankar Odia


ବକ୍ରୋକ୍ତି
(Bakrokti Alankar)

                 ବକ୍ତା ଦ୍ଵାରା ଗୋଟିଏ ଅର୍ଥରେ ବ୍ୟବହୃତ ହୋଇଥିବା ଶବ୍ଦକୁ ଶ୍ରୋତା ଆଉ ଗୋଟିଏ ଅର୍ଥରେ ଗ୍ରହଣ କଲେ ବକ୍ରୋକ୍ତି ଅଳଙ୍କାର ହୁଏ । ଏହା ଦ୍ଵିବିଧ ।
                 (୧) ଶ୍ଳେଷ ବକ୍ରୋକ୍ତି , (୨) କାକୁ ବକ୍ରୋକ୍ତି ।
       (୧) ଶ୍ଳେଷ ବକ୍ରୋକ୍ତି - ଏକାର୍ଥରେ ପ୍ରଯୁକ୍ତ ଶବ୍ଦକୁ ଭିନ୍ନ ଅର୍ଥରେ ଗ୍ରହଣ କରାହେଲେ ଶ୍ଳେଷ ବକ୍ରୋକ୍ତି ହୁଏ ।
                 ଯଥା – କହେ ଏକ ନାରୀ ବିଶେଷ ସୁନାରୀ ଏ ଦେଶରେ ବାସ କରିଛି
                         ଭୃଙ୍ଗ କିଂ ପୁରୁଷ ଚଞ୍ଚଳ-ମାନସ ଏଥି ତହିଁ ପୁଣି ଯାଉଛି ।

                 ସାଧାରଣ ଅର୍ଥରେ ଜଣେ ସହଚରୀ କହୁଛି, ଏ ସ୍ଥାନରେ ବହୁ ସଂଖ୍ୟାରେ ସୁନାରୀ ଗଛ ରହିଛି । ତେଣୁ ଭଅଁର ସେଠାକୁ ଆସିବା ପାଇଁ ଚଞ୍ଚଳତା (ବ୍ୟାକୁଳତା) ପ୍ରକାସ କରୁଛି ।

ଶ୍ଳେଷାର୍ଥରେ – ଏହି ଦେଶରେ ଜଣେ ବିଶିଷ୍ଟ ସୁନାରୀ ଅର୍ଥାତ ଉତ୍ତମ ନାରୀ ନିବାସ କରିଛି । ତେଣି ଭୃଙ୍ଗ କିଂ ପୁରୁଷ ଅର୍ଥାତ୍ ଲମ୍ପଟ ତା’ପାଖକୁ ଯିବାପାଇଁ ଚଞ୍ଚଳତା ପ୍ରକାଶ କରୁଛି ।

       (୨) କାକୁ ବକ୍ରୋକ୍ତି – ଏହି ବକ୍ରୋକ୍ତିରେ ବକ୍ତାର କଣ୍ଠସ୍ଵର ଯୋଗୁଁ ଶ୍ରୋତା ଉଚ୍ଚାରିତ ବାକ୍ୟର ଅନ୍ୟ ଅର୍ଥ ଗ୍ରହଣ କରେ । ଯେପରି –
                 ନାହିଁ ଏ ଭାରତେ ବିଦ୍ୟାର ବିଳାସ
                 ନାହିଁ ଏ ଭାରତେ ଶୌର୍ଯ୍ୟର ପ୍ରକାଶ ।

                 ଏହା ଗୋଟିଏ ନିଷେଧାର୍ଥକ ବାକ୍ୟ । କିନ୍ତୁ ଏହାକୁ ପ୍ରଶ୍ନବାଚୀ କରି ପଢିଲେ ଏଥିରୁ ନିଷେଧାର୍ଥ ପରିବର୍ତ୍ତେ ନିଶ୍ଚୟାର୍ଥ ଉତ୍ପନ୍ନ ହୁଏ । ଅର୍ଥାତ୍ ଭରତରେ ବିଦ୍ୟାର ବିଳାସ ଓ ଶୌର୍ଯ୍ୟର ପ୍ରକାଶ ଅଛି ।

No comments:

Post a comment