Odia Samasa - Information That We Want

Monday, 17 October 2016

Odia Samasa

ସମାସ
(Samas)

 

               ନଦୀର ଜଳ (Nadira Jala)– ନଦୀଜଳ (Nadi Jala), ଗାଆଁର ମୁଣ଼୍ଡ (Gaonra Munda) - ଗାଆଁମୁଣ୍ଡ (Gaon Munda), ଗଛରେ ପାଚିଲା (Gachare Pachila) - ଗଛପାଚିଲା (Gacha Pachila), ହଂସୀର ଡିମ୍ୱ (Hansira Dimba) - ହଂସଡିମ୍ୱ (Hansa dimba), ଘୋଡାର ମୁହଁ ପରି ମୁଁହ ଯାହାର (Ghodara Muhan pari muhan jahara) – ଘୋଡାମୁହାଁ (Ghodamuhan), ବିଦ୍ୟାର ଆଳୟ (Bidyara Alaya) – ବିଦ୍ୟାଳୟ (Bidyalaya), ପଦ୍ମ ନାଭିରେ ଯାହାର (Padma navire jahara) – ପଦ୍ମନାଭ (Padmanava), ହଂସମାନଙ୍କର ରାଜା (Hansa manakara raja) – ରାଜହଂସ (Ranja Hansa) (ଶ୍ରେଷ୍ଠଅର୍ଥରେ), ରାତିର ଅଧ (Ratira adha) – ଅଧରାତି (Adharati), ପୀତ ଅମ୍ୱର (ବସ୍ତ୍ର) ଯାହାର (Pita ambara jahara) - ପୀତାମ୍ୱର (Pitambara), ପତ୍ର, ପୁଷ୍ପ ଓ ଫଳ (Patra puspa o phala) – ପତ୍ରପୁଷ୍ପଫଳ (Patrapuspaphala) ।

          ଏହିସବୁ ପଦକୁ ବିଶ୍ଳେଶଣ କଲେ ଆମେ ଜାଣିପାରିବା, ପରସ୍ପର ସମ୍ୱନ୍ଧ ଥିବା ଏକାଧିକ ପଦକୁ ସଂକ୍ଷେପରେ ଏକପଦରେ ପ୍ରକାଶ କରାଯାଇଛି । ଅଳ୍ପଭାଷାରେ ବହୁଭାବ ପ୍ରକାଶ କରିବା ହେଉଛି ସାହିତ୍ୟର ଗୌରବ । ଶବ୍ଦର ଉଚ୍ଚାରଣରେ ଆମର ବହୁଶକ୍ତି ବ୍ୟୟ ହୋଇଥାଏ । ସଂକ୍ଷିପ୍ତୀକରଣ ଦ୍ୱାରା ଭାଷା ସୁଶ୍ରାବ୍ୟ ହୁଏ । ଭାବକୁ ସଂକ୍ଷେପରେ ଅଳ୍ପଭାଷାରେ ପ୍ରକାଶ କରିବା ହେଉଛି ସମାସର ଉଦ୍ଦେଶ୍ୟ । ଅଧିକନ୍ତୁ ସମାସ ପ୍ରକ୍ରିୟା ଦ୍ୱାରା ବ୍ୟବହୃତ ପଦର ଅର୍ଥ ବୋଧଗମ୍ୟ ହୁଏ । ଏଥିରୁ ବୁଝାଯାଏ, ପରସ୍ପର ସଂପର୍କ (ସମ୍ୱନ୍ଧ) ଥିବା ଦୁଇ ବା ତତୋଽଧିକ ପଦକୁ ଏକପଦରେ ପରିଣତ କରି ସଂକ୍ଷେପରେ ପ୍ରକାଶ କରିବାକୁ ‘ସମାସ’ (Samas) କୁହାଯାଏ ।

          ପଦମାନଙ୍କର ମିଳନରେ ଯେଉଁପଦ ଗଢାଯାଏ ଅର୍ଥାତ ସମାସ-ନିଷ୍ପନ୍ନ ପଦକୁ ‘ସମସ୍ତପଦ’ (Samastapada) କୁହାଯାଏ । ଯେଉଁ ଯେଉଁ ପଦଗୁଡିକୁ ନେଇ ସମସ୍ତପଦ ଗଠିତ ହୁଏ ସେ ସବୁକୁ ‘ସମସ୍ୟାମାନପଦ’ (Samasyamanapada) କୁହାଯାଏ । ଯେଉଁ ବାକ୍ୟ ବା ବାକ୍ୟାଂଶରେ ଆମେ ସମାସ ପକ୍ରିୟା କରିଥାଉ ତାହାକୁ ‘ସମସ୍ୟାବାକ୍ୟ’ (Samasyabakya) ବା ବ୍ୟାସବାକ୍ୟ (Byasabakya) କହନ୍ତି । ଏହାକୁ ‘ବିଗ୍ରହବାକ୍ୟ‌’ (Bigrahabakya) ମଧ୍ୟ କୁହାଯାଏ । ‘ସମସ୍ତ’ ପଦାନ୍ତର୍ଗତ ପଦମାନଙ୍କର ମଧ୍ୟରେ ଆବଶ୍ୟକସ୍ଥଳେ ସନ୍ଧି କରିବା ବିଧେୟ । ବ୍ୟାସବାକ୍ୟଦ୍ୱାରା ସମାସ-ନିଷ୍ପନ୍ନ ପଦର ( ସମସ୍ତପଦ ) ଅର୍ଥ ସ୍ପଷ୍ଟିକୃତ ହୋଇଥାଏ । ମନେରଖିବାକୁ ହେବ ଯେ ସମାସ ବିଧି ଅର୍ଥଶ୍ରୟୀ; ଅର୍ଥକୁ ଆଶ୍ରୟ କରିଥାଏ । ଅର୍ଥକୁ ଲକ୍ଷ୍ୟକରି ବିଭିନ୍ନ ସମାସ ହୋଇଥାଏ ।

ଉଦାହରଣ -

ନଦୀର ଜଳ – ବ୍ୟାସବାକ୍ୟ

ନଦୀଜଳ – ସମସ୍ତ ପଦ
‘ନଦୀ’ ‘ଜଳ’ – ଦୁଇଟି ସମସ୍ୟାମାନପଦ

ସେହିପରି – ଗାଁଆଁର ମୁଣ୍ତ -  ବ୍ୟାସବାକ୍ୟ – ଗାଁଆମୁଣ୍ତ – ସମସ୍ତ ପଦ । ଗାଁଆ, ମୁଣ଼୍ଡ – ଦୁଇଟି ସମସ୍ୟାମାନ ପଦ ।
          ‘ଘୋଡା ର ମୁହଁପରି ମୁହଁ ଯାହାର’ ଏହି ବାକ୍ୟାଂଶରେ ଅର୍ଥକୁ ସ୍ପଷ୍ଟ କରାଯାଇଛି । ଏହା ବ୍ୟାସବାକ୍ୟ । ଘୋଡାମୁଁହା – ସମସ୍ତପଦ । ଘୋଡା, ମୁହଁ ପ୍ରତ୍ୟେକ ସମସ୍ୟାମାନ ପଦ ।

          ବିଦ୍ୟାର ଆଳୟ (Bidyara alaya) – ବିଦ୍ୟାଳୟ (Bidyalaya) । ଏଠାରେ ସମସ୍ତପଦ ହେଲା ’ବିଦ୍ୟାଳୟ’ । ମାତ୍ର ସମସ୍ତପଦ ହୋଇଥା’ନ୍ତା ବିଦ୍ୟାଆଳୟ । ସନ୍ଧି କରାଯାଇ ‘ ବିଦ୍ୟାଳୟ’ ହେଲା । ବହୁତ ସମସ୍ୟାମାନ ପଦକୁ ନେଇ ‘ସମସ୍ତ’ ପଦ ହୋଇଥିଲେ, ସେଗୁଡିକୁ ମଧ୍ୟରେ (–) ଦେଇ ଲେଖାଯାଇଥାଏ । ଯେପରି ଶୁକ-ମୁଖ-ଭ୍ରଷ୍ଟ ।

          ସମସ୍ତପଦର ଶେଷ ପଦଟି ହେଉଛି ‘ଉତ୍ତରପଦ’ (uttarapada) ବା ପରପଦ (parapada) । ପୂର୍ବପଦ ବା ପୂର୍ବପଦଗୁଡିକୁ ( ପ୍ରଥମ ପଦକୁ ବା ପଦଗୁଡିକ) ‘ପୂର୍ବପଦ’ (purbapada) କୁହାଯାଏ । ସମାସ କ୍ରିୟାରେ ପୂର୍ବପଦଗୁଡିକର ବିଭକ୍ତି ଲୋପପାଏ, ଏବଂ ଆବଶ୍ୟକତା ଅନୁସାରେ ଉତ୍ତରପଦରେ ବିଭକ୍ତି ଯୋଗ କରାଯାଏ । କେତେକ କ୍ଷେତ୍ରରେ ସମସ୍ୟାମାନ ପଦର ଆକାକରରେ ପରିବର୍ତ୍ତନ ହୋଇପାରେ ।
          ଯଥା – ପଦ୍ମ ନାଭିରେ ଯାହାର (Padma navire jahara) – ‘ପଦ୍ମନାଭ’ (Padmanava) ।

          ‘ନଦୀଜଳ’ ଏହି ସମସ୍ତପଦର ପ୍ରଥମେ ‘ନଦୀ’ ଓ ପରେ ‘ଜଳ’ ଶବ୍ଦର ଅଛି । ପ୍ରଥମେ ଥିବା ଶବ୍ଦ ଅର୍ଥାତ ‘ନଦୀ’ – ପୂର୍ବପଦ ଏବଂ ପରେ ଥିବା ଶବ୍ଦ ‘ଜଳ’ – ପରପଦ ବା ଉତ୍ତରପଦ ।
          କେତେକ କ୍ଷେତ୍ରରେ ସମସ୍ୟାମାନପଦମାନଙ୍କର ବ୍ୟାସବାକ୍ୟରେ ପରିବର୍ତ୍ତନ ଘଟେ । ଅର୍ଥାତ ପୂର୍ବପଦ ବା ପ୍ରଥମପଦ ବା ପରପଦରୂପେ ବ୍ୟବହୃତ ହୁଏ ଓ ଉତ୍ତରପଦ ପୂର୍ବରୁ ଯାଏ ‌। ଯଥା – ରାତିର ଅଧ = ଅଧରାତି ।

          ଶବ୍ଦସ୍ୱରୂପ ଦୃଷ୍ଟିରୁ ନିମ୍ନପଦତ୍ତ ସମାସର ଉଦାହରଣରୁ ଲକ୍ଷ୍ୟ କରାଯାଉ –
ନୀଳ ଅଟେ ଉତ୍ପଳ (Nilo ate utpala) - ନୀଳୋତ୍ପଳ (Nilotpala)(ଉଭୟେ ତତସମ ଶବ୍ଦ)
ନାଲି ଅଟେ କଇଁ (Nali ate kain) – ନାଲିକଇଁ (Nali kain) ( ପ୍ରଥମ ତତସମ୍ ଓ ଦ୍ୱିତୀୟଟି ତଦଭବ ଶବ୍ଦ)
ଘରକୁ ବୁଡାଏ ଯେ (Gharaku buday je) – ଘରବୁଡା (Gharabuda) ( ଉଭୟେ ତଦଭବ) ଇତ୍ୟାଦି ।

(ତତସମ ସହିତ ତତସମର ବା ତଦଭବ ତଦଭବ ସହିତ ତଦଭବର ଶବ୍ଦଗୁଡିକର ସମାଲ ହୋଇପାରେ । )


          ଅର୍ଥର ପ୍ରାଧାନ୍ୟ ଦୃଷ୍ଟିରୁ ସମାସକୁ ଛଅ ଭାଗରେ ବିଭକ୍ତ କରାଯାଇପାରେ ।


      ଯଥା - ତତପୁରୁଷ  ,   କର୍ମଧାରୟ , ବହୁବ୍ରୀହି , ଦ୍ୱିଗୁ , ଦ୍ୱନ୍ଦ୍ୱ ଏବଂ ଅବ୍ୟୟଭାବ



10 comments: