Dwigu Samas - Information That We Want

Monday, 17 October 2016

Dwigu Samas

ଦ୍ୱିଗୁ ସମାସ
( Dwigu Samas )


          ସଂଖ୍ୟାବାଚକ ଶବ୍ଦ ପୂର୍ବରେ ଥାଇ ‘ସମସ୍ତପଦ’ ଟି ସମଷ୍ଟି ବା ସମାହାର ବୁଝାଇଲେ ତାହାକୁ ଦ୍ୱିଗୁସମାସ କହନ୍ତି । ଏଙି ସମାସର ‘ସମସ୍ତପଦ’ ରେ ସ୍ଥଳ ବିଶେଷରେ ’ଆକାର’ ‘ଇକାର’ ପ୍ରଭୃତି ଯୋଗ ହୋଇଥାଏ । ଏଥିରେ ସଂଖ୍ୟାବାଚକ ବିଶେଷଣ ପୂର୍ବପଦ ହୋଇ ସମାହାର ଅର୍ଥରେ ବିଶେଷ୍ୟପଦ (ଉତ୍ତରପଦ) ସହ ସମାସ କରାଯାଏ ।

         ଯଥା -     ସପ୍ତ ଋଷିଙ୍କର ସମାହାର (Sapta rushinkara samahara )(ସମୂହ) – ସପ୍ତର୍ଷି (Saptarsi)
                      ତିନି ଭୁବନର ସମାହାର (Tini Bhubanara Samahara) – ତ୍ରିଭୁବନ (Tribhubana)(ତ୍ରି – ତିନି)
                      ତିନି ଫଳର ସମଷ୍ଟି (Tini falara samasti) (ସମାହାର) – ତ୍ରିଫଳା (Trifala)(ହରିଡା, ବାହାଡା, ଅଅଁଳା) (ଆ’କାର ଯୋଗ)
                      ତିନି ଲୋକର ସମାହାର (Tini lokara samahara)– ତ୍ରିଲୋକ/ତ୍ରିଲୋକୀ (Triloka / Triloki)(ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ)
                      ପଞ୍ଚ ବଟର ସମାହାର (Pancha Batara Samahara) – ପଞ୍ଚବଟୀ (Panchabati)(ଈ କାର ଯୋଗ)
         ସେହିପରି : ତ୍ରିବେଣୀ (Tribeni), ତ୍ରିକୁଟ (Trikuta), ଚଉପଦୀ (choupadi), ପଞ୍ଚେନ୍ଦ୍ରିୟ (panchendriya), ତିନିପୁର (tinipura), ସାତସମୁଦ୍ର (satasamudra), ପ଼ଞ୍ଚପାଣ୍ଡବ (panchapandaba), ବାଇଶିପାହାଚ (baisipahacha), ଅଷ୍ଟରନ୍ (astarana), ଚାରିଦ୍ୱାର(charidwara), ସପ୍ତାହ (saptaha), ଶତାବ୍ଦୀ (satapdi), ସହସ୍ରାବ୍ଦୀ (sahasradi), ପଞ୍ଚାମୃତ (panchamruta), ନବଗ୍ରହ (nabagraha), ପଞ୍ଚଗବ୍ୟ (panchagabya), ପଞ୍ଚସଖା(panchasakha), ତିନିମୂହାଣୀ (tinimuhani), ବୋଛକି(bochaki), ଷଡ଼ରିପୁ(sadharipu), ଅଷ୍ଟପ୍ରହର (astaprahara) ପ୍ରଭୃତି ଦ୍ୱିଗୁସମାସର ଅର୍ନ୍ତର୍ଭୁକ୍ତ ।

No comments:

Post a comment