Bahubrihi Samas Odia - Information That We Want

Monday, 17 October 2016

Bahubrihi Samas Odia

ବହୁବ୍ରୀହି ସମାସ
( Bahubrihi Samas )

          ଯେଉଁ ସମାସରେ ‘ସମସ୍ତପଦ’ ର ଅର୍ଥ ପୂର୍ବପଦ କିମ୍ୱା ଉତ୍ତରପଦକୁ ନବୁଝାଇ ଅନ୍ୟକୁ ବୁଝାଏ ଅର୍ଥାତ ଅନ୍ୟର ପ୍ରାଧାନ୍ୟ ଦର୍ଶାଏ, ତାହାକୁ ବହୁବ୍ରୀହି ସମାସ କହନ୍ତି ।
          ଏହି ସମାସରେ ସମସ୍ୟାମାନ ପଦଗୁଡିକର ଅର୍ଥ ଯାହା, ’ସମସ୍ତପଦ’ ର ଅର୍ଥ ତହିଁରୁ ଭିନ୍ନ । କୌଣସି ସମସ୍ୟାମାନପଦର ପ୍ରାଧାନ୍ୟ ଦର୍ଶାଏ, ତାହାକୁ ବହୁବ୍ରୀହି ସମାସ କହନ୍ତି ।
          ଏହି ସମାସର ସମସ୍ୟାମାନ ପଦଗୁଡିକର ଅର୍ଥ ଯାହା, ‘ସମସ୍ତପଦ’ ର ଅର୍ଥ ତହିଁରୁ ଭିନ୍ନ । କୌଣସି ସମସ୍ୟାମାନପଦର ପ୍ରାଧାନ୍ୟ ରହେ ନାହିଁ । ଯଥା – ବୀଣା ପାଣିରେ ଯାହାଙ୍କର – ବୀଣୀପାଣି ( ପ୍ରସିଦ୍ଧ ଅର୍ଥରେ ‘ସରସ୍ୟତୀ’)
          ଏଠାରେ ବୀଣା ବା ପାଣି (ହାତ) ର ଅର୍ଥକୁ ନବୁଝାଏ ଯେ ପାଣରେ ‌(ହସ୍ତରେ) ବୀଣା ଧରିଛନ୍ତି, ତାଙ୍କୁ ବୁଝାଉଛି, ଅର୍ଥାତ୍ ସରସ୍ୱତୀ । ସେହିପରି ପୀତମ୍ୱର ¬ ପୀତ (ହଳଦିଆ) ଅମ୍ୱର (ବସ୍ତ୍ର) ଯାହାଙ୍କର । ପ୍ରସିଦ୍ଧ ଅର୍ଥରେ ‘ବିଷ୍ଣୁଙ୍କୁ’ ବୁଝାଉଛି । କିନ୍ତୁ ପୀତାମ୍ୱର ଶବ୍ଦଟି ଯଦି ହଳଦିଆ ଲୁଗାକୁ ବୁଝାଏ ତାହା କର୍ମଧାରୟ ସମାସ ହେବ (ପୀତ ଅଟେ ଅମ୍ୱର) । ଏହି ସମାସ ବାକ୍ୟରେ ଅନ୍ୟ ଅର୍ଥର ସୂଚନା ଦେଉଥିବା ଯାହାକୁ, ଯାହା ଦ୍ୱାରା, ଯାହାଠାରୁ , ଯାହାର ଓ ଯାହାଠାରେ ପଦଗୁଡିକ ବ୍ୟବହୃତ ହୁଏ ।
          ଯଥା – ୧. ଲମ୍ୱ ଉଦର ଯାହାର (Lambo udara jahara) – ଲମ୍ୱୋଦର (lambodara) (ଗଣେଶ)
                       ନୀଳ ଅମ୍ୱର ଯାହାର (Nila ambara jahara)¬ ନୀଳାମ୍ବର (Nilambara) (ପ୍ରସିଦ୍ଧ ଅର୍ଥରେ ବଳରାମ)
          ‘ଲମ୍ୱୋଦର´ ଶବ୍ଦ ‘ଲମ୍ୱ’ କିମ୍ୱା ‘ଉଦର’ କୁ ନବୁଝାଇ ଅନ୍ୟ ଅର୍ଥକୁ ବୁଝାଉଛି । ‘ନୀଳାମ୍ୱର’ ଶବ୍ଦ ‘ନୀଳ’ କିମ୍ୱା ‘ଅମ୍ୱର’ କୁ ନବୁଝାଅ ଅନ୍ୟ ଏକ ଅର୍ଥକୁ ବୁଝାଉଛି । ଏଠାରେ ପୂର୍ବପଦଟି ବିଶେଷଣ ଓ ଉତ୍ତରପଦ (ପରପଦ) ଟି ବିଶେଷ୍ୟ । ଅନ୍ୟ କେତେକ ଉଦାହରଣ ¬ ଚଉବାହା, ଚକାଆଖି (ଜଗନ୍ନାଥ) ଦଶାନନ (ରାବଣ, ବଳୀୟାରଭୁଜ ଇତ୍ୟାଦି । ଏହିସବୁ ଉଦାହରଣଗୁଡିକରେ ଉଭୟପଦ ସମାନ ବିଭକ୍ତିଯୁକ୍ତ ଏବଂ ଉଭୟ ପୂର୍ବପଦ ଓ ପରପଦ ଏକ (ସମାନ) ଅଧିକରଣ (ଆଧାର) ରେ ଅଛି । ତେଣୁ ଏଠାରେ ସମାନାଧିକରଣ ବା ବିଶେଷ୍ୟ ବିଶେଷଣରେ ବହୁବ୍ରୀହି ସମାସ ହୋଇଛି । ଏଗୁଡିକୁ ସମାନାଧିକରଣ ବହୁବ୍ରୀହି କୁହାଯାଏ ।
ଅନ୍ୟ କେତେକ ଉଦାହରଣ – ମହାବାହୁ (Mahabahu)(ଜଗନ୍ନାଥ)
                                  ନୀଳକଣ୍ଠ (Nilakantha)(ମହାଦେବ)
                                 ଚକାଡୋଳା (Chakadola)(ଜଗନ୍ନାଥ)
      ୨. ପୂର୍ବପଦ ବିଶେଷ୍ୟ ଓ ପରପଦ ମଧ୍ୟ ବିଶେଷ୍ୟ –
          .ଯଥା – ଚକ୍ର ପାଣି (ହାତ) ରେ ଯାହାର (Chakra hatare jahara) – ଚକ୍ରପାଣି (Chakrapani)(ବିଷ୍ଣୁ)
                    ଗଦା ପାଣିରେ ଯାହାର (Gada panire jahara)– ଗଦାପାଣି (Gadapani)(ବିଷ୍ଣୁ)
                    ଚନ୍ଦ୍ର ଚୂଡାରେ ଯାହାର (Chandra Chudare Jahara)– ଚନ୍ଦ୍ରଚୂଡ (Chandrachuda) (ଶିବ)
                    ପଦ୍ମ ନାଭିରେ ଯାହାର(Padma Nabhire Jahara) – ପଦ୍ମନାଭ (Padmanava) (ପଦ୍ମନାଭି (ବିଷ୍ଣୁ)
                    ବୀଣା ପାଣରେ ଯାହାର (Bina panire Jahara) – ବୀଣାପାଣି (Binapani)(ସରସ୍ୱତୀ)

      ସେହିପରି ଦଣ୍ଡପାଣି (Dandapanai), ପାପବୃଦ୍ଧି (Papabrudhi), ଲଗୁଡହସ୍ତ(ladugahasta), ଖଡୁଗ ହସ୍ତ(khadugahassta), ଚନ୍ଦ୍ରଶେଖର (Channdrasekhara)(ଶିବ) ଧନୁଷ୍ଠାଣି(Dhanusthani), ପାପମତି(Papamati) ଇତ୍ୟାଦି । ‘ଚକ୍ରପାଣି’ ଶବ୍ଦରେ ପୂର୍ବପଦ ’ଚକ୍ର’ ବିଶେଷ୍ୟ ଏବଂ ପରପଦ ’ପାଣି’ ମଧ୍ୟ ବିଶେଷ୍ୟ । ବିଭକ୍ତି ଗତ ଭିନ୍ନତାରୁ (ଚକ୍ର ଶବ୍ଦର ପ୍ରଥମା ବିଭକ୍ତି) ପୂର୍ବପଦ ଓ ପରପଦ ଏକ ଆଧାରରେ ନାହିଁ । ଏହା ବ୍ୟଧିକରଣ ବହୁବ୍ରୀହି । ବିଭକ୍ତିଗତ ଭିନ୍ନତା ଥାଇ ବିଶେଷ୍ୟସହ ବିଶେଷ୍ୟର ସମାସକୁ ବ୍ୟଧିକରଣ ବହୁବ୍ରୀହି କୁହାଯାଏ ।

Read More

No comments:

Post a comment